କନକ ବ୍ୟୁରୋ : ପୁଣି ଗିରଫ ହେଲେ ସୁଧାଂଶୁ ରାଉତ । ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ ଏବଂ ଅଶାଳୀନ ବ୍ୟବହାର ଅଭିଯୋରେ ତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । କେନ୍ଦୁଝର ବଡବିଲରୁ ସୁଧାଂଶୁଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ୱତନ୍ତ୍ର ଟିମ୍ । କନକ ନ୍ୟୁଜ ନାଁରେ ମିଛ ଖବର ପ୍ରସାରଣ କରିବାରୁ ତାଙ୍କୁ ଗିରଫ କରିଛି ସହିଦ ନଗର ପୁଲିସ ।
ବାରମ୍ବାର ସୋସିଆଲ ମିଡିଆରେ କନକ ନ୍ୟୁଜ୍ ଏବଂ କନକ ନ୍ୟୁଜର ସମ୍ପାଦକଙ୍କ ବିରୋଧରେ ମିଛ ଖବର ପ୍ରସାରଣ କରୁଥିଲେ । ଏନେଇ କନକ ନ୍ୟୁଜ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ କରାଯାଇଥଲା । ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଗିରଫ କରିଛି । ପୂର୍ବରୁ ସୁଧାଂଶୁ ଆର୍ନ୍ତଜାତୀୟ ଅଲିମ୍ପିକ ଖେଳାଳୀ ଦୂତୀ ଚାନ୍ଦଙ୍କ ବିରୋଧରେ ଏଭଳି ମିଛ ଏବଂ ଅଶାଳୀନ ବ୍ୟବହାର କରି ପୂର୍ବରୁ ଗିରଫ ହୋଇଥିଲେ ।
ସେଥିପାଇଁ ସେ ପ୍ରାୟ ୬ ମାସ ଝାରପଡା ଜେଲରେ ରହିଥିଲେ । ହେଲେ ଜେଲରୁ ବାହାରିବା ପରେ ପୁଣି ସେଭଳି କାର୍ଯ୍ୟ ଜାରି ରଖିଥିଲେ । ତାଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ମଧ୍ୟ ରହିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନକଲି ଲେଟର ପ୍ୟାଡ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/3-37.jpg)