ଡହଡହ ଖରାରେ ଫୁଟିବ ରାଜ୍ୟର ସବୁ ସହର: ୧୮ରୁ ଅସମ୍ଭାଳ ହେବ ସ୍ଥିତି, ୭ ଜିଲ୍ଲା ପାଇଁ ଏବେଠୁ ହିଟ୍‌ୱେଭ୍‌ ସତର୍କତା ଜାରି

Advertisment
ସୋନପୁର ଦେଶର ଉତ୍ତପ୍ତ ସହର । ଏପ୍ରିଲ ମାସରେ ଦାଉ ସାଧିଲାଣି ତାତି, ୧୬ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ।

କନକ ବ୍ୟୁରୋ: ବଢ଼ି ଚାଲିଛି ତାତି। ୧୮ ତାରିଖଠାରୁ ସ୍ଥିତି ଅସମ୍ଭାଳ ହେବ। ରାଜ୍ୟର ସବୁ ସହର ଡହଡହ ଖରାରେ ଫୁଟିବ। ଅର୍ଧାଧିକ ସହରର ତାପମାତ୍ରା ୪୫ ଡିଗ୍ରି ଉପରକୁ ଚାଲିଯାଇପାରେ। ପଶ୍ଚିମ ଓଡ଼ିଶା ପରି ଉପକୂଳ ଓଡ଼ିଶାରେ ବି ପ୍ରବଳ ତାତି ଅନୁଭୂତ ହେବ। ସପ୍ତାହେ ଯାଏ ସ୍ଥିତି ସାଂଘାତିକ ରହିବ। ଆସନ୍ତା ସପ୍ତାହ ଲାଗି ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସ୍ଥିତିକୁ ଦୃଷ୍ଟିରେ ରଖି ଏବେଠାରୁ ରାଜ୍ୟର ୭ଟି ଜିଲ୍ଲା ଲାଗି ହିଟୱେଭ୍‌ ସତର୍କ ସୂଚନା ଜାରି କରାଯାଇଛି। ସେଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼। ଏହି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ। ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇପାରେ। ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଅଂଶୁଘାତ ବି ବୃଦ୍ଧି ପାଇପାରେ। ତେଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି ଯେ, ବାତ୍ୟା ଦୁର୍ବଳ ହେବା ପରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ହଠାତ୍ ବୃଦ୍ଧି ପାଇଛି। ମେ ୧୭ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୫ ଡିଗ୍ରି ହୋଇପାରେ। ଉପକୂଳ ଜିଲ୍ଲାଗୁଡ଼ିକରେ ବି ତାପମାତ୍ରା ବଢ଼ିବ। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତି ଏକ ସପ୍ତାହ ଧରି ଜାରି ରହିବ ବୋଲି ସେ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ସପ୍ତାହେ ହେଲା ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଥିବା ତାତି ଏବେ ବି ଜାରି ରହିଛି। ରବିବାର ତୁଳନାରେ ଗତକାଲି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଛି। ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିଛି। ଭୁବନେଶ୍ବର ସମେତ କଟକ ଓ ଚାନ୍ଦବାଲି ତାପମାତ୍ରା ୩୯ ଡିଗ୍ରି ଉପରକୁ ଚାଲିଯାଇଛି। ୭ଟି ସହରର ତାପମାତ୍ରା ଗତକାଲି ୪୦ ଡିଗ୍ରି ଉପରେ ରହିଥିବା ବେଳେ ତାଳଚେରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ା, ଟିଟିଲାଗଡ଼ ଓ ସୋନପୁରରେ ୪୧ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe