ଅବପାତର ରୂପ ନେବ ଲଘୁଚାପ : ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ଚେତାବନୀ, କାଲି ସକାଳ ୮ଟା ଯାଏ ୨ ସହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି; ସାରା ରାଜ୍ୟରେ ପ୍ରବଳ ବର୍ଷା

449

କନକ ବ୍ୟୁରୋ : ଅବପାତର ରୂପ ନେବ ଉତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ । ଏହା ପଶ୍ଚିମଦିଗରେ ଗତି କରିଛି । ଏହା ପ୍ରଭାବରେ  ଆଜି ଓ ଆସନ୍ତକାଲି ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି । ତେବେ ଆଜି ଓ ଆସନ୍ତକାଲି ପାଇଁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଖାପାଖି ୭ରୁ ୧୧ ସେଂଟିମେଟର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କହିଛି । ସାରା ରାଜ୍ୟରେ  ପ୍ରବଳ ବର୍ଷା ହେଉଛି । କିଛି ଜିଲ୍ଳାରେ ପ୍ରବଳ ବର୍ଷା ଓ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଫଳରେ ଅଧିକାଂଶ ଜିଲ୍ଲାରେ ୟେଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଆଜି ଓ କାଲି ପ୍ରବଳ ବର୍ଷା ପରେ ୨୧ରୁ ବର୍ଷା କମିବ । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିପାରେ । ଏନେଇ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଯିବା ସହ ଜିଲ୍ଳାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।