କନକ ବ୍ୟୁରୋ: ଘରେ ପାଣି ବାହାରେ ପାଣି । ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିବାରୁ ଲୋକେ ପାଣି ଘେରରେ ରହିଛନ୍ତି । ତଥାପି ଓଡିଶାକୁ ବର୍ଷାରୁ ନିସ୍ତାର ନାହିଁ । କାରଣ ଆଜିଠୁ ଆସନ୍ତା ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷିବ । ପାଣି ପାଗ ବିଭାଗର ଆକଳନ ଅନୁସାରେ ଆଜି ଉପକୂଳ ଓଡିଶା ସମେତ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ହୋଇପାରେ ।
ଏଥିପାଇଁ ୟଲୋ ୱାଣ୍ଣିଂ ଜାରି କରାଯାଇଛି । ଉପକୂଳ ଓଡିଶା, କେନ୍ଦୁଝର ମୟୂରଭଂଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୨ଟି ଜିଲ୍ଲା ମୟୂରଭଂଜ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଓ ସେପ୍ଟେମ୍ବର ୨ ଓ ୩ ତାରିଖରେ ମଧ୍ୟ ବର୍ଷା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/25-18.jpg)