ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀ ପ୍ରଭାବ: ୧୨ ଜିଲ୍ଲା ପାଇଁ ସତର୍କ ସୂଚନା

Advertisment
ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ କାଳବୈଶାଖୀ ପ୍ରଭାବ: ୧୨ ଜିଲ୍ଲା ପାଇଁ ସତର୍କ ସୂଚନା

Source: skymetweather.com

କନକ ବ୍ୟୁରୋ: ଆହୁରି ୨୪ ଘଣ୍ଟା ପର‌୍ୟ୍ୟନ୍ତ ଲାଗିରହିବ କାଳବୈଶାଖୀ ପ୍ରଭାବ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପବନ ସହ ବଜ୍ରପାତ ଆଶଙ୍କା ରହିଛି। ଏଥିସହ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୨ଟି ଜିଲ୍ଲା ପାଇଁ ସତର୍କ ସୂଚନା ଦିଆଯାଇଛି। ପୂର୍ବାନୁମାନ କରାଯାଇଛି ଯେ ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ।

publive-image Source:The Indian Express

ଆସନ୍ତା କାଲ୍ି ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରଭାବ ରହିବ। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଏହାପରେ ବି ୯ ତାରିଖ ସକାଳ ପର‌୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସହ ହାଲ୍କା ବର୍ଷା ଆଶଙ୍କା ରହିଛି। ୯ ତାରିଖଠାରୁ ସାରା ରାଜ୍ୟରେ ପାଗ ବଦଳିବ ବୋଲି ଆକଳନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe