ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଅବପାତ : ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

195

କନକ ବ୍ୟୁରୋ : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଚେନ୍ନାଇ ଅତିକ୍ରମ କରିବ । ପବନ ସହ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଚେନ୍ନାଇ କୋଡାମ୍ବକମ୍ ଅଂଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଗଛ ଭାଙ୍ଗି ଯାଇଛି । ଗଛ ପଡି ରାସ୍ତା ଅବରୋଧ ହୋଇଛି । ପ୍ରଶାସନ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଉଛି ।

ଏପଟେ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାରର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।