କନକ ବ୍ୟୁରୋ: ଶୀତୁଆ ସକାଳରେ ଘନ କୁହୁଡ଼ି । ମୁହଁକୁ ମୁହଁ ଦିଶୁନି । ଘନ କୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା ବା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ସକାଳୁ ସକାଳୁ ପର୍ଯଟକ ମାନେ ସ୍ୱଳ୍ପ ସଂଖ୍ୟକ ଆସି କୁହୁଡ଼ିର ମଜା ନେଉଥିବା ଦେଖିବାକୁ ମିଳିଥିଲା । ଘନ କୁହୁଡି ବଳୟ ମଧ୍ୟରେ ପର୍ଯଟକମାନେ ସେଲ୍ଫି ନେଇ ମଜା ନେଉଛନ୍ତି । ଅନ୍ୟ ପକ୍ଷରେ ରାସ୍ତାଘାଟ ସବୁ ଆଡେ ଘନ କୁହୁଡି ଆଚ୍ଛାଦିତ କରି ରଖିଚି । ଏମିତିକି ଗାଡି ମଟର ଚଳାଚଳ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ଅତି ନିକଟରୁ ମୁହଁକୁ ମୁହଁ ଦେଖା ଯାଉନଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫଗ ଲାଇଟି ଲଗାଇବା ପାଇଁ ଦାବି ହେଉଛି । 

Advertisment

ମଲ୍ଲାକା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ଆଜି ନେଇପାରେ ଅବପାତର ରୂପ

ସେପଟେ ଘନ କୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳକୁ ନେଇ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରୁ ଆସିଥିବା ଖବର ଅନୁସାରେ ଘନ କୁହୁଡ଼ି ପାଇଁ ବଡ଼ ବଡ଼ ଗାଡ଼ି ରାସ୍ତାରେ ଅଟକି ରହିଥି । ରାସ୍ତା ଦେଖାଯାଉନଥିବା କାରଣରୁ ଆଗକୁ ବଢ଼ିବା ସମ୍ଭବ ହେଉନି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଘନ କୁହୁଡ଼ିର ମଜ୍ଜା ପର୍ଯ୍ୟଟକ ନେଉଥିବାର ଦେଖିବାକୁ ମିଳିଛି । ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକ ମାନେ କୁହୁଡ଼ି ଭିତରେ ସେଲ୍ଫ ନେବା ସହ ମଜ୍ଜାମସ୍ତି କରିବାର ଚିତ୍ର ଆସିଛି ।