କନକ ବ୍ୟୁରୋ: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରେକର୍ଡ ହୋଇଛି । ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ଏକ ଡିଗ୍ରିରେ ପହଞ୍ଚିଛି । ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହରରେ ପରିଣତ ହୋଇଛି । ସମତଳ ଅଞ୍ଚଳ ଭାବେ ଉତ୍ତରାଖଣ୍ଡର ପନ୍ତନଗରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରି ରହିଥିବା ବେଳେ ଝାଡ଼ଖଣ୍ଡର ଡାଲଟଗଞ୍ଜ ୩.୨ ଡିଗ୍ରି ସହ ଦ୍ବିତୀୟ, ଉତ୍ତରପ୍ରଦେଶର ଆଲିଗଡ଼ ୩.୪ ଡିଗ୍ରି ସହ ତୃତୀୟ ଓ ୩.୬ ଡିଗ୍ରି ସହ ରାଉରକେଲା ୪ର୍ଥ ସ୍ଥାନରେ ରହିଛି । 

Advertisment

ଭେନେଜୁଏଲାର ତୈଳ ଉତ୍ପାଦନ ଉପରେ ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ: କାରବିଆନ ସାଗରରୁ ଆଉ ଏକ ତେଲ ଟ୍ୟାଙ୍କର ଜବତ

ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି ।  କଟକରେ ଜାନୁଆରି ମାସର ତଥା ସର୍ବକାଳୀନ ୫ମ ସର୍ବନିମ୍ନ ରାତି ତାପମାତ୍ରା ରହିଥିଲା । ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ସହ ୭୨ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ପାଇଁ ଝାରୁସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ପ୍ରବଳ ଥଣ୍ଡା ନେଇ ସତର୍କତା ଜାରି କରାଯାଇଛି । ସେପଟେ ଆଜି ସୁନ୍ଦରଗଡ଼ କୋଇଡ଼ାରେ ୧ ଡିଗ୍ରି ରହିଛି ତାପମାତ୍ରା । ଶିମିଳିପାଳରେ ଆଜି ବି ମାଇନସ୍ ରହିଛି ପାରଦ ।