ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନକୁହୁଡ଼ି: ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହୁଛି କୁହୁଡ଼ି

Advertisment

ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଦିନ ୧୨ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ । ବିଶେଷକରି ଭୁବନେଶ୍ବରରେ ଘନକୁହୁଡ଼ିର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଛି

ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଦିନ ୧୨ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ । ବିଶେଷକରି ଭୁବନେଶ୍ବରରେ ଘନକୁହୁଡ଼ିର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଛି

fog

fog Photograph: (KanakNews )

କନକ ବ୍ୟୁରୋ: ସାରା ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଦିନ ୧୨ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ । ବିଶେଷକରି ଭୁବନେଶ୍ବରରେ ଘନକୁହୁଡ଼ିର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । 

ହୀରାକୁଦ ନଦୀବନ୍ଧ ପାଇଁ କୋଟି କୋଟିର ପ୍ୟାକେଜ, କଳାହାଣ୍ଡିର ଇନ୍ଦ୍ରାବତୀ ପ୍ରକଳ୍ପ ଆଡ଼କୁ ନଜର ନାହିଁ

ବିଶେଷ କରି ଜଗତସିଂହପୁରରେ ଅତି ଘନ କୁହୁଡ଼ିର ସମ୍ଭାବନାକୁ ନେଇ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଆଶଙ୍କା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ଏଣୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସହର ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହାପରେ ପୁରୀ ରାଜ୍ୟ ପାରଦ ସ୍ତର ୨ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବ । ଫଳରେ ଆଗକୁ ବି ଶୀତ ଜାରି ରହିବ ବୋଲି ଆକଳନ କରାଯାଉଛି ।

ଘନ କୁହୁଡ଼ିରେ ଲୁଚି ଯାଇଛି କୋଣାର୍କ ସୂର୍ଯ୍ୟମନ୍ଦିର। ଯାତାୟାତରେ ବାଧାପ୍ରାପ୍ତ ହେଉଛନ୍ତି ପର୍ଯ୍ୟଟକ। ଅତି ନିକଟରୁ ଦେଖାଯାଉନି କୋଣାର୍କର କଳାକୃତି। ସେପଟେ ଗଞ୍ଜାମ ଆସିକା ଅଞ୍ଚଳରେ ସକାଳ ୮ ହେଲାଣି ହେଲେ ଢାଙ୍କି ରହିଛି ଘନ କୁହୁଡି। କୁହୁଡ଼ିର ଆସ୍ତରଣ ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଦୃଶ୍ୟମାନ ଦୂରତା କମିବା ଫଳରେ ଯାନବାହନ ଚଳାଚଳ ରେ ହେଉଛି ସମସ୍ୟା। ସେପଟେ ପାରଳାଖେମୁଣ୍ଡି ସହରରେ ସମେତ ଆଖପାଖ ଅଞ୍ଚଳରେ ଭୋରୁ ୪ଟାରୁ ଆରମ୍ଭ ହୋଇଛି କୁହୁଡି। ସାରା ସହର କୁହୁଡିରେ ଢାଙ୍କି ହୋଇଛି। ପାଞ୍ଚ ମିଟର ଆଗକୁ କିଛି ଦେଖାଯାଉନାହିଁ। ତା ସହିତ ଶୀତର ଲହରି ଦେଖିବାକୁ ମିଳିଛି। ସକାଳୁ ସକାଳୁ ଖେଳପଡିଆ, ବିଭିନ୍ନ ପାର୍କକୁ ଆସି କିଏ ବ୍ୟାୟାମ କରୁଛନ୍ତି ତ କିଏ ଖେଳକୁଦ। ଶୀତର ମଜା ନେଉଛନ୍ତି ସ୍ଥାନୀୟ ଲୋକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe