କଲବଲ କରୁଛି ଘନ କୁହୁଡ଼ି: ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ, ଉତ୍ତରପ୍ରଦେଶରେ ସ୍କୁଲ ବନ୍ଦ

Advertisment

ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ୫୦ ମିଟର ଦୁରତାରେ ବି କିଛି ଦେଖାଯାଉନି । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ୫୦ ମିଟର ଦୁରତାରେ ବି କିଛି ଦେଖାଯାଉନି । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

02

FOg Photograph: (KanakNews)

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ୫୦ ମିଟର ଦୁରତାରେ ବି କିଛି ଦେଖାଯାଉନି । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ଟି ଜିଲ୍ଲାକୁ କୁହୁଡ଼ି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୯ ଜିଲ୍ଲା ହେଉଛି, ଭଦ୍ରକ, ବାଲେଶ୍ୱର,  ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି । ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ପାରମ୍ପରିକ କଳାକାରଙ୍କ ପାଇଁ ଖୁସି ଖବର: ୩ହଜାର ହେଲା ୪୦ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା

ସେପଟେ ଦିଲ୍ଲୀରେ ସାଂଘାତିକ ସ୍ଥିତି । ଗୋଟେ ପଟେ ଭୟଙ୍କର ପ୍ରଦୂଷଣ ଅନ୍ୟପଟେ ଘନ କୁହୁଡ଼ି ପାଇଁ ଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀରେ ବାୟୁର ଗୁଣବତ୍ତା ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଅଧିକାଂଶ ସ୍ଥାନରେ ୩୦୦ ଉପରେ ରହିଛି ବାୟୁ ପ୍ରଦୂଷଣ । ଗୋଟିଏ ଦୁଇଟି ସ୍ଥାନରେ AQI ବା ଗୁଣବତ୍ତା ମାନ ୫୦୦ ପାର୍ କରିଛି । ତା ସାଙ୍ଗକୁ ଘନ କୁହୁଡ଼ି । ଯେମିତି ଧଳା ଚାଦରରେ ଆଚ୍ଛାଦିତ ହୋଇଯାଇଛି ନୂଆଦିଲ୍ଲୀ । ଆଇଏମ୍‌ଡି ଆଜି ପାଇଁ ନୂଆଦିଲ୍ଲୀକୁ ଅରେଞ୍ଜ ଆଲର୍ଟ ଜାରି କରଛି । 

ଆଜି କେମିତି କଟିବ ଦିନ? ଜାଣନ୍ତୁ...

ଉତ୍ତରପ୍ରଦେଶରେ ଶୀତ ଲହରି । ଅସହ୍ୟ ଜାଡ଼କୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାନୁଆର ୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି । ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ। ଏଥିସହ ରାଜ୍ୟର ସବୁ ଅଧିକାରୀ ମାନଙ୍କୁ ଆଲର୍ଟ ରହିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକେ ଯେପରି ସମସ୍ୟା ନଭୋଗନ୍ତି, ସେଥିପାଇଁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ସବୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲଗୁଡିକୁ ବନ୍ଦ ଘୋଷଣା କରିଛନ୍ତି । ପିଲାଙ୍କ ସ୍ବାସ୍ଥ୍ୟ ସହିତ ସାଲିସ୍ କରାଯିବ ନାହିଁ ବୋଲି ଯୋଗୀ ସଫା ସଫା କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe