ଜାଡରେ ଥରୁଛି ଅଧା ଓଡିଶା : ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍; ଶୀତ ଯୋଗୁଁ ବଢିଲା ଲୋକଙ୍କ ଦୁର୍ଦ୍ଦଶା

ଦାରିଙ୍ଗିବାଡିରେ  ବରଫପାତ;ପର୍ଯ୍ୟଟକମାନେ ନେଉଛନ୍ତି  ଥଣ୍ଡାର ମଜା

143

କନକ ବ୍ୟୁରୋ : ତାପମାତ୍ରା ଖସୁଛି, ଶୀତ ବଢ଼ୁଛି । ବଢ଼ିଚାଲିଛି ଶୀତର ପ୍ରକୋପ । ଜାଡ଼ରେ ଥରୁଛି ଓଡିଶା । ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ କମ ରହିଛି । ଜାଡରେ କନ୍ଧମାଳ ଥରୁଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ତୁଷାପାତ  । ଏଠାରେ ବିଭିନ୍ନ ସ୍ଥାନରେ ତୁଷାରପାତର ଦୃଶ୍ୟ ଦେଖିବାକୁ ମିଳିଛି । ଅତ୍ୟଧିକ ଶୀତ ସହ ତୁଷାରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ସେପଟେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ପର୍ଯ୍ୟଟକମାନେ ତୁଷାରପାତର ବେଶ୍ ମଜା ନେଉଛନ୍ତି  । କୋରାପୁଟର ବିଭିନ୍ନ ସ୍ଥାନରେ ବି  ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।

୨୪ ଘଣ୍ଟା ପାଇଁ ୪ ଜିଲ୍ଲା ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଅନୁଗୁଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିଭଳି ନୂଆପଡ଼ା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କଳାହାଣ୍ଡି, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ସତର୍କ ରହିବାକୁ ଓ ରାତିରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।