ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଆହୁରି ଘନିଭୂତ ହୋଇ ନେଇପାରେ ଭୀଷଣ ବାତ୍ୟାର ରୂପ । ଚେନ୍ନାଇଠୁ ୧୫୦ କିମି ଦୂରେ ମିଗଜମ ।

545

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା । ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ । ଏବେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ମିଗଜମ କେନ୍ଦ୍ରୀଭୂତ ହୋଇ ଉତର- ଉତର-ପଶ୍ଚିମ ଦିଗରେ ଗତି କରୁଛି । ପୁଡୁଚେରି ଠାରୁ ବାତ୍ୟା ଏବେ ୨୧୦ କିଲୋମିଟର ଉତର-ପୂବ ର୍ ଦିଗରେ ରହିଛି । ଚେନ୍ନାଇ ଠାରୁ ୧୫୦ କିମି ଦୂରେ ରହିଛି ।ଆସନ୍ତାକାଲି ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ଅଂଚଳରେ ପାଗ ବଦଳିଛି । ଆସନ୍ତାକାଲି ଓ ମଙ୍ଗଳବାର ଦିନ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।