କନକ ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ୧୮ ଘଂଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଆଡକୁ ଯିବ । ଏହି ବାତ୍ୟାର ନାମ ହମୁନ ରହିଛି । ଇରାନ ଏହି ବତ୍ୟାର ନାମକରଣ କରିଛି ।

Advertisment

ତେବେ ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ନାହଁ । କେବଳ ତିନି ଦିନ ରାଜ୍ୟରେ ସ୍ୱଳ୍ୁ ବର୍ଷା ହେବା ସମ୍ଭାବନା । ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଆସନ୍ତାକାଲି ଉତର ଓଡିଶାର ଅଧିକାଂଶ ସ୍ଥାନରେ ଓ ଦକ୍ଷିଣ କେନ୍ଦ୍ରୀୟ ଓଡିଶାର ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି ।