କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇଛି । ମହାନଦୀର ଉପର ମୁଣ୍ଡରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ନଦୀରେ ପାଣି ଆସିବ । କିନ୍ତୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ଜଳସଂପଦ ସର୍ବୋଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ।
ମହାନଦୀ ଉପର ମୁଣ୍ଡରେ ୧୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ହୀରାକୁଦରେ ୬ଶହ ଦଶମିକ ୭୯ଫୁଟ ଜଳସ୍ତର ରହିଛି । ପ୍ରତି ସେକେଣ୍ଡରେ ୨୩ଶହ କ୍ୱ୍ୟୁସେକ୍ ଜଳ ପାୱାର ଚ୍ୟାନେଲ ଦ୍ୱାରା ନିଷ୍କାସିତ ହେଉଛି । ତଳମୁଣ୍ଡରେ ୧୦ ମିଲିମିଟର ବର୍ଷା ହୋଇଛି । ବାତ୍ୟା ୟାସ ପାଇଁ ୧୨୬ଟିରୁ ୧୨୧ ଘାଇ ବର୍ତମାନ ସୁଦ୍ଧା ମରାମତି ହୋଇସାରିଛି । କ୍ଷୁଦ୍ର ଜଳସେଚନ ବିଭାଗର ୧୨୭ରୁ ୧୦୫ ଘାଇ ମରାମତି ସମ୍ପୁଣ୍ଣ ହୋଇଛି ବୋଲି ଜଳସଂପଦ ସର୍ବୋଚ ଯନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/20-8.jpg)