ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି : ୫୦ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା; ଟ୍ୱିନସିଟିରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

298

କନକ ବ୍ୟୁରୋ : ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ି । ୫୦ ମିଟର ଦ୍ୱରରୁ ଦେଖାଯାଉନି ରାସ୍ତା ଘାଟ । ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । କଟକ, ଭୁବନେଶ୍ୱରରେ ମଧ୍ୟ କୁହୁଡ଼ି ପାଇଁ ଯାତାୟତରେ ଅସୁବିଧା ଦେଖାଦେଇଛି । କିଛି ଦିନ ହେବ କୁହୁଡ଼ିର ପ୍ରଭାବ ଦେଖା ଯାଉନଥିବା ବେଳେ ପୁଣି ଥରେ ଆଜି ଦେଖାଦେଇଛି ଘନ କୁହୁଡ଼ି ।

ଆଜି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ‌କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ଆଦି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।