କାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତାକାଲି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୧୨ ଜିଲ୍ଲାରେ ବଜ୍ରପାତ ବିପଦ ଥିବା ଆଶଙ୍କା ।

8,280

କନକ ବ୍ୟୁରୋ: କାଲି ଠାରୁ ପୁଣି ବର୍ଷା । ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆସନ୍ତକାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ଆସନ୍ତାକାଲି ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ପୁରୀ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ସେହିଭଳି ୧୨ ଜିଲ୍ଲାରେ ବିଜୁଳି ଘଡଘଡି ଆଶଙ୍କା କରାଯାଉଛି ।  କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାରେ ବିଜୁଳି ଘଡଘଡି ହୋଇପାରେ । ତେବେ ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ କିଛି ପରିବର୍ତ୍ତନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ କିଛି ସ୍ଥାନରେ ବର୍ଷା ଜାରି ରହିଛି ।