କନକ ବ୍ୟୁରୋ: କାଲି ଠାରୁ ପୁଣି ବର୍ଷା । ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆସନ୍ତକାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ପୁରୀ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ସେହିଭଳି ୧୨ ଜିଲ୍ଲାରେ ବିଜୁଳି ଘଡଘଡି ଆଶଙ୍କା କରାଯାଉଛି । କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାରେ ବିଜୁଳି ଘଡଘଡି ହୋଇପାରେ । ତେବେ ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ କିଛି ପରିବର୍ତ୍ତନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ କିଛି ସ୍ଥାନରେ ବର୍ଷା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/2-11.jpg)