କନକ ବ୍ୟୁରୋ : ବର୍ଷା ପାଗ ଜାରି ରହିଥିବା ବେଳେ ଆଗାମୀ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  କିନ୍ତୁ କାଲିଠୁ ବର୍ଷା ପରିମାଣ କମିବ ଏବଂ ଉପକୂଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ତେବେ ୧୧ ତାରିଖ ପରଠାରୁ ପୁଣି ବଢିବ ବର୍ଷାର ବିସ୍ତୃତି ବଢିବ । ରଥଯାତ୍ରା ଚାଲିଥିବା ବେଳେ ପୁରୀରେ ଆଜି ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ।

Advertisment

ତେବେ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦୁଝର ୧୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।  ମୋଟ ଉପରେ ଜୁନ ୧ ରୁ ଆଜି ସୁଦ୍ଧା ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଚି । ବର୍ତ୍ତମାନ ସୁଦ୍ଧା ୨୮୫.୮ ମୀମୀ ବର୍ଷା ହେବା କଥା ମାତ୍ର ହେଇଚି ୨୧୦.୬ମିମୀ । ଯାହା ସ୍ୱାଭାବିକ ତୁଳନାରେ ୨୬ ପ୍ରତିଶତ କମ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ।