ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ

660

କନକ ବ୍ୟୁରୋ : ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସଷ୍ଟି ହେବ । ତାପରେ ସମଗ୍ର ପୂର୍ବ ଭାରତରେ ମୌସୁମୀ ଆସିବ ।ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୮ ତାରିଖରେ ସିଆମ ଉପସାଗର ଓ ମିଆଁମାର ଉପକୂଳରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହେବ । ଏହି ସାଇକ୍ଲୋନିକ ସର୍କୁଲେସନର ପ୍ରଭାବରେ ଆସନ୍ତା ୧୦ ତାରିଖ ବେଳକୁ ଉତର-ପୂର୍ବ ବଙ୍ଗୋପସାରଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
୧୧ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନ ବା ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତ , ବିହାର ଓ ଛତିଶଗଡରେ ମୌସୁମୀକୁ ଆଣିବାରେ ସହାୟକ ହେବ । ଏପରିକି ଏହି ଲଘୁଚାପ ପ୍ରଭାବରେ ପଶ୍ଚିମଭାରତର କେତେକ ଅଞ୍ଚଳକୁ ମୌସୁମୀ ଅଗ୍ରଗତି କରିବ ବୋଲି ଆକଳନ କରିଛି ସ୍କାଏ ମେଟ୍ । ତେବେ ରଜ ବେଳକୁ ଅର୍ଥାତ ଜୁନ୍ ୧୪ ବେଳକୁ ଓଡିଶାକୁ ମୌସୁମୀ ଆସିବ ବୋଲି ପୂର୍ବରୁ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।