କନକ ବ୍ୟୁରୋ: ପୁଣି ବର୍ଷା ସମ୍ଭାବନା । ଆଜିଠାରୁ ତିନି ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଜି ଉତର ଓ ଦକ୍ଷିଣ ଓଡିଶାର ୫ଟି ଜିଲ୍ଳାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଂଟା ଭିତରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଗଜପତି, ରାୟଗଡା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର , କେନ୍ଦ୍ରାପଡା,ଜଗତସିଂହପୁରରେ ବର୍ଷା ବା ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବ ନାହିଁ ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ।

Advertisment

ସୂଚନା ଅନୁସାରେ, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭୂତ ହେବନି। ବର୍ତ୍ତମାନ ରାଜ୍ୟକୁ ଉତ୍ତରା-ପଶ୍ଚିମା ପବନ ବହୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ପବନର ଦିଗ ବଦଳିବ। ବଙ୍ଗୋପସାଗର ପବନ ରାଜ୍ୟକୁ ବହିବ। ପାଗରେ ପରିବର୍ତ୍ତନ ହେବ। ସେହିପରି ଉପକୂଳବର୍ତ୍ତୀ ସଂଲଗ୍ନ ଅଞ୍ଚଳରେ ୩ତାରିଖରୁ ପାଗ ଆଂଶିକ ମେଘୁଆ ରହିବ। ୫ରୁ ୭ ପର୍ଯ୍ୟନ୍ତ ପାଗ ସଂପୂର୍ଣ୍ଣ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ହେଲେ ପଶ୍ଚିମ ଓଡ଼ିଶାରେ ୪ରୁ ୬ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ୫ ଓ ୬ରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୫ରୁ ୮ ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ।

ହେଲେ ୯ରୁ ଭୁବନେଶ୍ବରରେ ପାଗ ବଦଳିବା ସହ ତାପମାତ୍ରା ବଢ଼ିବ। ୯ରୁ ୧୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରି ବଢ଼ିବାର ସମ୍ଭାବନା ଅଛି। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସୋନପୁରରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାକୁ ଥିବାବେଳେ ବାକି ଅଞ୍ଚଳରେ ପାଗ ପ୍ରାୟତଃ ସ୍ବାଭାବିକ ରହିବ।