କନକ ବ୍ୟୁରୋ : ପୁଣି ବର୍ଷା କରିବ ବେହାଲ । ଆଗାମୀ ୨୪ ତାରିଖରୁ ରାଜ୍ୟରେ ବର୍ଷାର ମାତ୍ରା ବଢିବ ବୋଲି ପୂବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ତାରିଖରେ ଉତର ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏ ରାଜ୍ୟର ବର୍ଷା ହେବ । ବର୍ଷା ନେଇ ବିଭିନ୍ନ ଜିଲ୍ଳାକୁ ୟେଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ,ଢେଙ୍କାନାଳ, ମୟୁରଭଂଜ, କେନ୍ଦ୍ରାପଡା, ଜଗତସିଂହପୁରର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୧୨ଟି ଜିଲ୍ଳାରେ ବର୍ଷା ହେବ । ୨୪ ତାରିଖରେ ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ମୟୁରଭଂଜରେ ବର୍ଷା ପାଇଁ ଅରେଂଜ ୱାର୍ଣ୍ଣଂ ଜାରି କରାଯାଇଥିବା ବେଳେ ଦେବଗଡ଼,ସୁନ୍ଦରଗଡ, କଳାହାଣ୍ଡି ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।