ଘୂର୍ଣ୍ଣିବଳୟର ପ୍ରଭାବ । ଆହୁରି ୨ ଦିନ ରାଜ୍ୟରେ ଲାଗି ରହିବ ବର୍ଷା, ଆଂଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ୯ ତାରିଖ ଅପରାହ୍ନ ଯାଏଁ କମିବନି ବର୍ଷା, ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

970

କନକ ବ୍ୟୁରୋ : ସାରା ରାଜ୍ୟରେ କୋହଲା ପାଗ । ତା ସାଙ୍ଗକୁ କେତେକ ସ୍ଥାନରେ ହେଉଛି ବର୍ଷା । ଏହି ଅବସ୍ଥା ଆସନ୍ତା ଦୁଇ ଦିନ ଲାଗି ରହିବ । ଏହା ପରେ ଘନ କୁହୁଡିରେ ଢାଙ୍କି ହୋଇଯିବ ଉତର- ପଶ୍ଚିମ ଓଡିଶା । ତେବେ ୧୦ ତାରିଖ ପରଠାରୁ ବଢିବ ଶୀତ । ୧୦ ଓ ୧୧ ତାରିଖ ରେ ଘନ କୁହୁଡି ଦେଖାଦେବା ସଂଭାବନା ରହିଛି ।

ବିହାର ଓ ଏହାର ପାଖ ଅଂଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଥିବା କହିଛି ଆଂଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ପ୍ରଭାବରୁ ଆସନ୍ତା ୯ ତାରିଖ ଅପରାହ୍ନ ଯାଏଁ ଓଡିଶାରେ ପ୍ରବଳ ବର୍ଷା ସଂଭାବନା ଥିବାରୁ ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ।