ଆସନ୍ତା ୨୪ ଘଂଟା ଯାଏଁ ଲାଗିରହିବ ବର୍ଷା । ଆଠଟି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡବର୍ଷା ସମ୍ଭାବନା : ୫ ଦିନ ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଆସନ୍ତାକାଲିଠୁ ୩ଦିନ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ଲାଗିରହିଥିବା ବର୍ଷା ଆଉ ୨୪ ଘଂଟା ପର୍ଯ୍ୟନ୍ତ ଲାଗି ରହିବ । ଆଜିଠାରୁ ଆସନ୍ତାକାଲି ସକାଳ ଯାଏଁ ଅଧାରୁ ଅଧିକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡବର୍ଷା ହେବାର ସମ୍ଭାବନା ରହିଛି । ଉତର ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓ ପଶ୍ଚିମ ଓଡିଶାର କେତକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୟାଗଡ, ବୋଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାର କେତେକ ସ୍ଥାନରେ ଝଡବର୍ଷା ହୋଇପାରେ । ଏଥିସହ ସମ୍ବଲପୁର, ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପରବର୍ତି ୨୪ ଘଂଟା ପର୍ଯ୍ୟନ୍ତ କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ସ୍ଥାନେ ସ୍ଥାନେ ୩୦ରୁ ୪୦ କିଲୋମିଟର ବେଗର ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଝଡବର୍ଷାକୁ ଆଖିରେ ରଖି ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତକ ସ୍ଥାନରେ ଘନ କୁହୁଡି ଲାଗି ରହିବ । ଘନ କୁହୁଡି ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe