ଡହଡହ ଖରାରେ ଭାଜି ହେଉଛି ଓଡ଼ିଶା । ୧୫ ସହରରେ ପାରଦ ଟପିଲା ୪୦ ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।

Advertisment
ଡହଡହ ଖରାରେ ଭାଜି ହେଉଛି ଓଡ଼ିଶା । ୧୫ ସହରରେ ପାରଦ ଟପିଲା ୪୦ ଡିଗ୍ରୀ, ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର ।

କନକ ବ୍ୟୁରୋ: ଗତ ୯ ତାରିଖରୁ କେରଳକୁ ମୌସୁମୀ ଛୁଇଁବା ପରେ ମଧ୍ୟ ଓଡ଼ିଶାରକୁ ଆସିବାରେ ବିଳମ୍ବ କରୁଛି ମୌସୁମୀ । ଆଉ ଏହାରି ପ୍ରଭାବରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୫ଟି ସହରର ପାରଦ ୪୦ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁରରେ ପାରଦ ୪୫.୬ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ମୌସୁମୀ ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ । ତେଣୁ ଚଳିତ ବର୍ଷ ବିଳମ୍ବରେ ରହିବା ଯୋଗୁଁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

publive-imageଅନ୍ୟପଟେ ତାଳଚେରରେ ୪୫,୬ ଡିଗ୍ରୀ ସେଲସିୟସ, ହୀରାକୁଦରେ ୪୫.୨, ସୋନପୁରରେ ୪୫.୨, ଝାରସୁଗୁଡ଼ାରେ ୪୫.୦, ଟିଟିଲାଗଡ଼ରେ ୪୫.୦, ସୁନ୍ଦରଗଡ଼ରେ ୪୪.୫, ଅନୁଗୁଳରେ ୪୩.୯, ମାଲକାନଗିରିରେ ୪୨.୬, ବଲାଙ୍ଗୀରରେ, ୪୨.୫, ଭୁବନେଶ୍ୱରରେ ୪୨.୪, ଭବାନୀପାଟଣାରେ ୪୧.୮, କେନ୍ଦୁଝରରେ ୪୦.୯, ଚାନ୍ଦବାଲିରେ ୪୦.୮ ଏବଂ କଟକରେ ୪୦.୫ ଡିଗ୍ରୀକୁ ପାରଦ ଛୁଇଁଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି ବୁଲେଟିନରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe