ଦୁଇ ଦିନ ବର୍ଷା ପରେ ଆଜି ଅପରାହ୍ନ ଯାଏ ବର୍ଷା ସମ୍ଭାବନା । ପୂର୍ବାନୁମାନ କଲା ଆଂଚଳିକ ପାଣିପାଗ ଗବେଷଣା କେନ୍ଦ୍ର : ଆସନ୍ତାକାଲିଠାରୁ ଆଭ୍ୟନ୍ତର ଓଡିଶାରେ ବଢିବ ଶୀତ

ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ : ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ନ ଯାଏଁ ଏହି ସ୍ଥିତି ରହିବ । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ ଓ ଦେଓଗଡରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ତେବେ ବର୍ଷା ଛାଡିଗଲା ପରେ ଶୀତ ଅନୁଭୂତ ହେବ । ବାୟୁମଣ୍ଡଳର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବାର ସମ୍ଭାବନା ରହିଛି । ବିଶେଷ କରି ଉତର ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ ଏବଂ କୁହୁଡିର ପରିମାଣ ବଢିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe