କନକ ବ୍ୟୁରୋ : ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ହୋଇଥିବା ବେଳେ ଆଜି ଅପରାହ୍ନ ଯାଏଁ ଏହି ସ୍ଥିତି ରହିବ । ଆଜି ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୂରଭଂଜ, ସୁନ୍ଦରଗଡ ଓ ଦେଓଗଡରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ତେବେ ବର୍ଷା ଛାଡିଗଲା ପରେ ଶୀତ ଅନୁଭୂତ ହେବ । ବାୟୁମଣ୍ଡଳର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବାର ସମ୍ଭାବନା ରହିଛି । ବିଶେଷ କରି ଉତର ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ ଏବଂ କୁହୁଡିର ପରିମାଣ ବଢିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/6-9.jpg)