ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା । ଆସନ୍ତା ଦିନେ ଦୁଇଦିନ ଧରି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ।

2,372

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଂଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ଘଂଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ବର୍ଷା ହେବ ।

ସେପଟେ ଜୁନ୍ ୧ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି । ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, ଯାଜପୁର କେନ୍ଦ୍ରାପଡାରେ ୪୦ପ୍ରତିଶତ କମ ବର୍ଷ ହୋଇଛି । ଗତ ୨୪ଘଂଟାରେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହୋଇଛି । ପୁରୀ ଜିଲ୍ଲାର ପିପିଲିରେ ସର୍ବାଧିକ ୧୪୪ମିଟର ବର୍ଷା ରେକର୍ଡ କରାଯାଇଛି । ଏହାପରେ ନିମାପଡାରେ ୧୩୦ ଦଶମିକ ୮ମିଟର ବର୍ଷା ହୋଇଛି ।