ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ  । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ୫ ଜିଲ୍ଲାକୁ ଅରେଂଜ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

585
କନକ ବ୍ୟୁରୋ: ଆସନ୍ତା ୨୪ ଘଂଟାରେ ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ଅଭ୍ୟନ୍ତରୀଣ ଓ ଉପକୂଳ ଓଡିଶା ପାଇଁ ରହିଛି ପ୍ରବଳ ବର୍ଷା ସଂଭାବନା । ଆସନ୍ତା ୫ ଦିନ ଧରି ଏହାରି ପ୍ରଭାବରେ ବର୍ଷିବାନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉପକୂଳରୁ ପଶ୍ଚିମଓଡିଶା ଯାଏଁ ସବୁଠାରେ ବର୍ଷା ହେବ । ଆସନ୍ତା ୨୪ ଘଂଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇ ଓଡିଶା ଉପକୂଳ ଆଡକୁ ମୁହାଁଇବ ।
ଏହାର ପ୍ରଭାବରେ ଗଂଜାମ, ପୁରୀ , କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସଂଭାବନା ରହିଛି । ଲଘୁଚାପକୁ ନଜରରେ ରଖି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ , ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, ପୁରୀ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ସେହିପରି ଗଂଜାମ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କନ୍ଧମାଳ, ନୟାଗଡ, ବୌଦ୍ଧ ଏବଂ ଖୋର୍ଧା ଜିଲ୍ଲା ପାଇଁ ପ୍ରବଳ ବର୍ଷା ସଂଭାବନା ଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖ ଯାଏଁ ରାଜ୍ୟରେ ଲଘୁଚାପ ପ୍ରଭାବରୁ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ।