ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା । ତାପମାତ୍ରା ବଢ଼ିବା ଯୋଗୁଁ କମିପାରେ ଥଣ୍ଡା, ୫ରୁ ବର୍ଷା କମିବା ପରେ ପୁଣି ବଢ଼ିବ ଶୀତର ପ୍ରକୋପ

ଚାଷୀଙ୍କ ପାଇଁ ଆସୁଛି ଭଲ ଖବର: ୪ ଓ ୫ ତାରିଖରେ ବର୍ଷା ସମ୍ଭାବନା; ସାରା ଓଡିଶାରେ ହେବ ବର୍ଷା, କେତେକ ସ୍ଥାନରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ମୟୁରଭଂଜ, ବୌଦ୍ଧ, ସୋନପୁର ଓ ନୂଆପଡ଼ାରେ ହାଲୁକା ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୁରଭଂଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

୪ ତାରିଖରେ ଭଦ୍ରକ, ବାଲେଶ୍ୱର, କଟକ, ମୟୁରଭଂଜ, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୫ରୁ ବର୍ଷା କମିବ । ତେବେ ଆଜି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ, ଫଳରେ ଥଣ୍ଡା କମିବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe