ଥଣ୍ଡାରୁ ମିଳିବ ନିସ୍ତାର । ୩ରୁ ହାଲୁକା ବର୍ଷାର ସମ୍ଭାବନା, ଅନେକ ସ୍ଥାନରେ ପାଗରେ ହୋଇପାରେ ପରିବର୍ତନ

329

କନକ ବ୍ୟୁରୋ : ଆସନ୍ତା ୪ ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକ ଥଣ୍ଡା ହେବ ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ରହିପାରେ। ତେବେ ଫେବ୍ରୁଆରି ୩ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ଥଣ୍ଡା କମିବା ସହ ସ୍ବଳ୍ପ ବର୍ଷା ହୋଇପାରେ। ୩ ଦିନ ଧରି କେତେକ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆକଳନ ଅନୁଯାୟୀ, ୩୦ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ଘଡ଼ଘଡ଼ି ସହ ବଜ୍ରପାତ ହେବ। ଏଥିସହ ‌ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ତାହାକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୧ ତାରିଖରେ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି।