କନକ ବ୍ୟୁରୋ: ଉତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଠାରୁ ତିନି ଦିନ ଧରି ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି କୁହାଯାଇଛି । ଲଘୁଚାପ ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Advertisment

ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ବରଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଓ ମୟୂୁରଭଂଜ ଜିଲ୍ଲାର ଅଧିକ ବର୍ଷା ହେେଇପାରେ । ବୌଦ୍ଧ, ଗଂଜାମ, କନ୍ଧମାଳ, କଟକ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି । ଉତର ଓଡିଶାର କିଛି ଜିଲ୍ଲାରେ ହାଲ୍କା ବର୍ଷା ହୋଇପାରେ । ଅନ୍ୟପଟେ ଭୁବନେଶ୍ୱର ଓ କଟକ ସହରରେ ଦୁଇ ଦିନ ମେଘୁଆ ପାଗ ରହିବା ବୋଲି ଅନୁମାନ କରାଯାଇଛି ।