ପୁଣି ବେହାଲ କରିବ ବର୍ଷା ! ୨୪ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ୧୨ଜିଲ୍ଳାକୁ ୟେଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି

୨୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

510

କନକ ବ୍ୟୁରୋ: ପୁଣି ବେହାଲ କରିବ ବର୍ଷା । ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷାର ମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ତାରିଖରେ ଉତର ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏ ରାଜ୍ୟର ବର୍ଷା ହେବ । ବର୍ଷା ନେଇ ବିଭିନ୍ନ ଜିଲ୍ଳାକୁ ୟେଲୋ ଓ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ୧୨ଟି ଜିଲ୍ଳାରେ ବର୍ଷା ହେବ । ୨୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ମୟୁରଭଂଜରେ ବର୍ଷା ପାଇଁ ଅରେଂଜ ୱାର୍ଣ୍ଣଂ ଜାରି କରାଯାଇଥିବା ବେଳେ ଦେବଗଡ଼, ସୁନ୍ଦରଗଡ, କଳାହାଣ୍ଡି ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।