ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ କାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା । ସାରା ରାଜ୍ୟରେ କୋହଲା ପାଗ ରହିବାର ପୂର୍ବାନୁମାନ, ୯ରୁ ପାଗରେ ପରିବର୍ତନ

Advertisment
ଜୁନ୍‌ ୧୯ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା : ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ କାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ବର୍ଷାର ପରିମାଣ କମ୍ ହେବ । ୯ ତାରିଖ ଅପରାହ୍ଣରୁ ସାରା ରାଜ୍ୟରେ ପାଖ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ । ଆଜି ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ହେଲେ କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ଯାଜପୁର, କଯକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡ଼ ଓ ବୌଦ୍ଧରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ସାରା ରାଜ୍ୟରେ କୋହଲା ପାଗ ରହିବାର ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe