ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ ଷ୍ଟର୍ମର ରୁପ ନେଇଛି । ଉତର-ପଶ୍ଚିମ ଦିଗକୁ ଗତି କରୁଥିବା ସାଇକ୍ଲୋନିକ ଷ୍ଟର୍ମ ନାଡା ଆସନ୍ତାକାଲି ସୁଦ୍ଧା ତାମିଲନାଡୁ ଉପକୂଳ କୁଡାଲଂଗ ଠାରେ ହିଟ୍ କରିବ । ଘୂର୍ଣିଝଡ ନାଡା ପ୍ରଭାବରେ ଆଜିଠାରୁ ତାମିଲନାଡୁ ସମେତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

Advertisment

ଏହି ସମୟରେ ୪୫ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଫଳରେ ସମୁଦ୍ର ଅଶାନ୍ତ ରହିବ । ବନ୍ଦର ଗୁଡିକରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ସମୁଦ୍ର ଭିତରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ଶୀତର ପ୍ରକୋପ କମ ରହିବ ବୋଲି ପାଣିପାଗ ବିଭାଗ କହିଛି ।