୨୪ ଘଂଟା ମଧ୍ୟରେ ତୀବ୍ର ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ , ୭ ଜିଲ୍ଲାକୁ ୟୋଲେ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

277

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୁପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ୨୪ ଘଂଟା ଭିତରେଏହା ତୀବ୍ର ଅବପାତରେ ରୁପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଓଡିଶା ଅପେକ୍ଷା  ଆନ୍ଧ୍ରପ୍ରଦେଶ ଉପରେ ଏହାର ଅଧିକ ପ୍ରଭାବ ପଡିବ । ଦକ୍ଷିଣ-ଦକ୍ଷିଣ ପୂର୍ବ  ଦିଗରେ ବିଶାଖାପାଟଣା ଠାରୁ ଏହା ୪୦୦ କିଲୋମଟିର ଦୁରରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏପଟେ ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅକ୍ଟୋବର ୧୪ରେ ହୋଇପାରେ ଆଉ ଏକ ଲଘୁଚାପ । ଆସନ୍ତା ୧୨ ଏବଂ ୧୩ରେ ଦକ୍ଷିଣ ଉପକୂଳ, ଉତର ଉପକୂଳ ଓ ଉତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି, କୋରାପୁଟ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।

ଆସନ୍ତା ୧୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲ୍ଲା ପାଇଁ  ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହ ଗୋଟିଏରୁ ୨ଟି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ବିଶେଷକରି  ଉପକୂଳବର୍ତୀ ଜିଲ୍ଲାଗୁଡିକରେ  ଅଧିକ ବର୍ଷା ହେବ ।  ଏହି ସମୟରେ ଓଡିଶା ଉପକୂଳରେ ଘଂଟା ପ୍ରତି  ୪୫ରୁ ୫୫ କିଲୋମିଟର ବେଗରେ  ପବନ ବୋହିବା ସହ  ମଝିରେ ମଝିରେ  ୬୫ କିଲୋମିଟର ବେଗରେ  ପବନ ବୋହିପାରେ ।  ଏଣୁ  ୧୧ରୁ ୧୩ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Comments are closed.