ଆଜିଠାରୁ ରାଜ୍ୟରେ ୪ ଦିନ ଯାଏଁ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ କିଛି ସ୍ଥାନରେ ହୋଇପାରେ ଝଡବର୍ଷା

2,073

କନକ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ୯ଟି ଜିଲ୍ଲାରେ ଘଡଘଡି, ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା. ବାଲେଶ୍ୱର, ପୁରୀ, ନୟାଗଡ, ଢ଼େଙ୍କାନାଳ, କେନ୍ଦୁଝର ଓ କଟକରେ ବର୍ଷା ହେବାର ଅନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୯ ଓ ୨୦ ତାରିଖରେ ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାର କେତେକ ଅଂଚଳରେ ଝଡବର୍ଷା ହେବ ।

ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୨ ତାରିଖ ସକାଳ ଯାଏଁ ବର୍ଷା ଲାଗି ରହିବା‌ର ସମ୍ଭାବନା ରହିଛି। ୨୧ ଓ ୨୨ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜମ, କନ୍ଧମାଳ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, କଟକ ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ। ଏହି ସମୟରେ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ବି‌ଶେ‌ଷ ପରିବର୍ତ୍ତନ ଦେଖାଯିବ ନାହିଁ। ଅପରପକ୍ଷେ ଗତ ୩୬ ଘଣ୍ଟା ମଧ୍ୟରେ କଟକ ଓ ପାରାଦୀପରେ ହାଲୁକା ବର୍ଷା ହୋଇଥିବା ଜଣାଯାଇଛି।