ରାଜ୍ୟରେ ୨୪ରୁ ହାଲୁକା ବର୍ଷା: କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବ

Advertisment
ରାଜ୍ୟରେ ପୁଣି ବଡଧରଣ କାଳବୈଶାଖୀ ବର୍ଷା ସମ୍ଭାବନା: ବିଜୁଳି-ଘଡଘଡି ସହ କୁଆପଥର ବର୍ଷା ଆଶଙ୍କା; ଘଣ୍ଟା ପ୍ରତି ୫୦ରୁ ୬୦ କିମି ରହିବ ପବନର ବେଗ: ୧୧ ଜିଲ୍ଲାକୁ ସତର୍କ ସୂଚନା

କନକ ବ୍ୟୁରୋ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୨୦ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ। ନ ହେଲେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି ପରିବର୍ତନ ହେବନି। ତେବେ ୨୩ ତାରିଖ ଅପରାହ୍ଣ ହେବାକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଓଡ଼ିଶାର କେତେକ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ ଜିଲ୍ଲାରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ଉତ୍ତର ପଶ୍ଚିମ ଭାରତରୁ ସିଧା ପବନ ବହୁଥିଲା। ଗୁରୁବାରଠାରୁ ପବନର ଦିଗରେ ପରିବର୍ତ୍ତନ ହେବ ଏବଂ ବଙ୍ଗୋପସାଗରୀୟ ପୂର୍ବା ପବନ ରାଜ୍ୟକୁ ବହିବ। ୨୪ ତାରିଖ ବେଳକୁ ମଧ୍ୟ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାଦ୍ବାରା ପାଗରେ ପରିବର୍ତନ ହେବ। କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଆଜିଠୁ ୨୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଉଭୟ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେବେ ଭୁବନେଶ୍ବର ଓ ଏହାର ଉତ୍ତରରେ ଥିବା ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ରାତିର ସର୍ବନିମ୍ନ ତାପମାତ୍ରା ବିଶେଷ ପରିବର୍ତନ ହେବ ନାହିଁ। ତଥାପି ସର୍ବାଧିକ ତାପମାତ୍ରା ସାମାନ୍ୟ ବଢ଼ିପାରେ। ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୨୫ ଓ ୨୬ରେ ପାଗ ମେଘୁଆ ସହ ହାଲୁକା ବର୍ଷା ହୋଇପାରେ। ଝାରସୁଗୁଡ଼ାଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା, ଅବିଭକ୍ତ କୋରାପୁଟ, ଅବିଭକ୍ତ କନ୍ଧମାଳ, ଅବିଭକ୍ତ ଢେଙ୍କାନାଳ ଓ ଖୋର୍ଧାରେ ୨୫ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଓ ମେଘୁଆ ପାଗ ହେତୁ ଉକ୍ତ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୬ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ୨୭ ତାରିଖରୁ ପୁଣି ତାପମାତ୍ରା ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe