ଆହୁରୀ ୬ ଦିନ ଛେଚିବ ! ଆସନ୍ତା ୨୪ ଘଂଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

749

କନକ ବ୍ୟୁରୋ: ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ବଲାଙ୍ଗିର, କନ୍ଧମାଳ ଏବଂ ସୋନପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେହିଭଳି ରାଜ୍ୟର ୧୨ଟି ଜିଲ୍ଲାରେ ବି ପ୍ରବଳ ବର୍ଷା ହୋଇପାରେ । ତେବେ ରାୟଗଡା , ଗଂଜାମ, ନୟାଗଡ, ପୁରୀ, ଖୋର୍ଧା, ଅନୁଗୁଳ, କଟକ, ବୌଦ୍ଧ, ଦେବଗଡ, ସମ୍ବଲପୁର , ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

ତେବେ ୩୦ରୁ ୩୧ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ବରଗଡ, ନୂଆପଡା, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡ ଆଦି ଜିଲ୍ଲାରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାପରେ ପୁଣି ୩୧ରୁ ଅଗଷ୍ଟ ୨ ତାରିଖ ଭିତରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ ଏବଂ ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ସେହିଭଳି ୩ ତାରିଖ ବେଳକୁ ବି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ୩ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ନେଇ କହିଛି ଆଂଚଳିକ ପାଣିପାଗ ବିଭାଗ ।