ବଦଳିବ ପାଗ, ଆଜି ବର୍ଷା…! ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା । ଏହି ସବୁ ସ୍ଥାନରେ ଘଡଘଡି ସାଙ୍ଗକୁ ହୋଇପାରେ ପ୍ରବଳ ବର୍ଷା

1,871

କନକ ବ୍ୟୁରୋ: ଆଜି ରାଜ୍ୟରେ ବର୍ଷା ସମ୍ଭାବନା । ପାଣିପାଗ ବିଭାଗର ଆକଳନ ଅନୁଯାୟୀ , ଆଜି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ହୋଇପାରେ ବର୍ଷା । ବିଶେଷ କରି ଦକ୍ଷିଣ, ଉତର ଓ ପଶ୍ଚିମ ଓଡିଶାରେ ବର୍ଷା ହେବା ନେଇ କହିଛି ଆଂଚଳିତ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ପ୍ରଭାବରେ ଆଜି ଉତର ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ହୋଇପାରେ ବର୍ଷା । ତେବେ କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରାପୁଟ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ ଓ ମୟୂରଭଜରେ ବର୍ଷା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଳି କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ, କୋରପୁଟ, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ନୂଆପଡା ଓ ମୟୂରଭଂଜର ଗୋଟିଏ ଦୁଇଟି ଜାଗାରେ ଘଡଘଡି ସହ ବର୍ଷା ନେଇ ୟେଲୋ ଓାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିଭଳି ୧୧ତାରିଖରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଉତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ସହ ଅଧିକ ବର୍ଷା ହୋଇପାରେ । ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୋନପୁର, ବୌଦ୍ଧ , ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଏବଂ ନୟାଗଡ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟ ଧରଣର ବର୍ଷା ହେବ । ୧୨ ତାରିଖରେ ଉତର ଓଡିଶା ଓ ଉପକୂଳ ଓଡିଶା ସମେତ ଆଉ କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।