ସତର୍କ ରୁହ ୧୬ ଜିଲ୍ଲା ! ଆଜି ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା...୧୨ ତାରିଖ ପୂର୍ବାହ୍ନ ଯାଏଁ ଜାରି ରହିବ କୋହଲା ପାଗ

Advertisment
୧୮ରୁ ୨୦ ପ୍ରବଳ ବର୍ଷା ! କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା ?

କନକ ବ୍ୟୁରୋ: ଆଜି ରାଜ୍ୟର ୧୬ଟି ଜିଲ୍ଲାରେ ହୋଇପାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା । କାଁ ଭାଁ ସ୍ଥାନରେ ବର୍ଷାର ପରିମାଣ ସାମାନ୍ୟ ଅଧିକ ରହିବ। ତେବେ ୯ଟି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ପ୍ରଭାବିତ ହେବ। ଯାହାକି ୧୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଲାଗିରହିବ। ଏହାପରେ ପାଗ ବଦଳିବା ସହ ଥଣ୍ଡା ସାମାନ୍ୟ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ମଧ୍ୟାହ୍ନ ସୁଦ୍ଧା ୧୬ଟି ଜିଲ୍ଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବୌଦ୍ଧ, ସୋନପୁର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ। ତେବେ ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଘନ କୁହୁଡ଼ି ହେବ। ଆସନ୍ତାକାଲି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୧ ଓ ୧୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିବାକୁ ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୧୨ ମିମି ବର୍ଷା ହୋଇଛି। ଏହାବ୍ୟତୀତ ସମ୍ବଲପୁରରେ ୯.୨, ଅନୁଗୁଳରେ ୭, ହୀରାକୁଦରେ ୫.୬, ସୁନ୍ଦରଗଡ଼ରେ ୪, ଝାରସୁଗୁଡ଼ାରେ ୨.୧, ସୋନପୁରରେ ୨ ଓ ବଲାଙ୍ଗୀରରେ ୧.୪ ମିମି ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe