କନକ ବ୍ୟୁରୋ: ଉତର ଉପକୂଳ ସମେତ ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗଂଜାମ, ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୧୩ଟି ଜିଲ୍ଲାରେ ବିଜୁଳି, ଘଡଘଡି ଓ ଝଡବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଂଜାମ, ନୟାଗଡ, ଖୋଦ୍ଧ ର୍ା, ପୁରୀ, ଅନୁଗୁଳ, ଢେଙ୍କାନାଳ କେନ୍ଦୁଝର ଓ ମୟୂରଭଂଜରେ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ପ୍ରବଳ ବେଗର ପବନ ବହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଘଂଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗର ପବନ ବହିବାକୁ ଥିବା ବେଳେ କିଛି ସ୍ଥାନରେ ଏହାଠାରୁ ଅଧିକ ବେଗର ପବନ ବହିବା ସମ୍ଭାବନା ରହିଛି ।