କନକ ବ୍ୟୁରୋ: ନୂଆବର୍ଷରେ ଓଡିଶାକୁ ଭିଜାଇବ ବର୍ଷା ଏବଂ ୨ ତାରିଖରେ ଘଡଘଡି ବର୍ଷା ସାଙ୍ଗକୁ ପଶ୍ଚିମ ଓଡିଶାରେ ଠାଏ ଠାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଏଥିପାଇଁ ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଖୋର୍ଦ୍ଧା, ସୋନପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ବର୍ଷା ପରେ ପୁଣି ଶୀତ ବଢିବ ବୋଲି ବି ଆକଳନ କରିଛି ପାଣିପାଗ ବିଭାଗ ।

Advertisment

ସେପଟେ, ଜାଡରେ ଥରୁଛି ସାରା ଓଡିଶା । ସ୍ୱାଭାବିକ ଠାରୁ ୬ଡିଗ୍ରୀ ଖସିଆସିଛି ପାରଦ । ରାଜ୍ୟରେ ୪୮ଘଂଟା ଯାଏଁ ଜାରି ରହିବ ଥଣ୍ଡାର ପ୍ରକୋପ । ୧୩ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ରାଜ୍ୟରେ ହଠାତ୍ ପ୍ରବଳ ଶୀତ ପଡିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆସନ୍ତା ୧ ଓ ୨ରେ ବରଗଡ, ବଲାଙ୍ଗୀର, ନୂଆପଡା, କେନ୍ଦୁଝର, ଝାରସୁଗୁଡାରେ ବର୍ଷା ସମ୍ଭାବନା ରହିଛି । ତେବେ ବର୍ଷା କମିବା ପରେ ଥଣ୍ଡା ବଢିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୧୬ଟି ସହରରେ ତାପାମାତ୍ରା ୧୦ଡିଗ୍ରୀ ତଳେ ରହିଛି ।

ଲଗାତର ତୃତୀୟ ଦିନରେ  ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସୋନୁପରରେ ତାପମାତ୍ରା ୫ ଦଶମିକ ୪ରହିଛି । ସେହିପରି ଫୁଲବାଣୀରେ ୬ ଦଶମିକ ୩, ଟିଟିଲାଗଡରେ ୬ ଦଶମିକ ୫, ଦାରିଙ୍ଗବାଡିରେ ୭ଡିଗ୍ରୀ, ବାଲେଶ୍ୱର ଓ ସୁନ୍ଦରଗଡରେ ୮ ଦଶମିକ ୫, ଭବାନୀପାଟଣା ୯, ତାଳଚେରରେ ୯ ଦଶମିକ ୪, କଟକରେ ୯ ଦଶମିକ ୫ ଓ ଭୁବନେଶ୍ୱରରେ ୧୦ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।