ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ୧୧ ତାରିଖ ସୁଦ୍ଧା ୭ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି । 

1,601

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଆସନ୍ତକାଲି ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଜପତି ଜିଲ୍ଲାରେ ୟେଲ୍ଲୋ ୱାର୍ଣିଂ ଜାରି କରାଯାଇଛି ।

ସେହିପରି ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ଅନୁଗୁଳ ଏବଂ ନୂଆପଡ଼ା ଜିଲ୍ଲାରେ କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଆସନ୍ତା ୧୧ ତାରିଖ ପାଇଁ ୭ଟି ଜିଲ୍ଲାରେ ଓରେଂଜ୍ ୱାର୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ତାଳିଆ ଅଂଚଳରେ ଜଳ ନିଷ୍କାସନ ସମସ୍ୟା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  ସେହିପରି ୧୨, ୧୩ ଏବଂ ୧୪ ତାରିଖରେ  ରାଜ୍ୟର ବିଭିନ୍ନ ଜିଳ୍ଲାରେ ୟଲ୍ଲୋ ୱାର୍ଣିଂ ଜାରି କରାଯାଇଛି ।