କନକ ବ୍ୟୁରୋ: କିଛି ଦିନ ହେଲା ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବା ହେତୁ ପାଗ କୋହଲ ରହିଛି। ସୁନ୍ଦରଗଡ଼ରେ ୬ମିମି, କେନ୍ଦୁଝରରେ ୩ମିମି, ମୟୁରଭଞ୍ଜରେ ୩ମିମି, ଢ଼େଙ୍କାନାଳ ୩ମିମି, ଦେଓଗଡ଼ରେ ୩ମିମି ଓ କଟକରେ ୩ମିମି ରେକର୍ଡ କରାଯାଇଛି। ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଓଡ଼ିଶାରେ ଏବେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୮.୨ ଡିଗ୍ରି ସେଲସିୟସ୍ ଥିବା ବେଳେ ସୋନପୁରରେ ସର୍ବନିମ୍ନ ୧୬.୦ ଡିଗ୍ରି ସେଲସିୟସ୍ ତାପମାତ୍ରା ରହିଛି।
ଆଜି ଉତ୍ତର ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ,ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ରାଜ୍ୟର ଅନେକ ଜିଲ୍ଲାରେ ୧୬,୧୭,୧୮,୧୯,୨୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ବି ହୋଇପାରେ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢ଼େଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/716820-raimn.jpg)
/kanak/media/post_attachments/wp-content/uploads/2019/02/hot-weather-temperatures-300x200.jpg)
/kanak/media/post_attachments/wp-content/uploads/2018/09/lightning-strike-4-11-2018-300x194.jpg)