ଆଉ ନାହିଁ ଘନ କୁହୁଡ଼ି ! ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ନାହିଁ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ

Advertisment
ଆଉ ନାହିଁ ଘନ କୁହୁଡ଼ି ! ଆସନ୍ତା ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତନ ନାହିଁ: ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ

କନକ ବ୍ୟୁରୋ: ଦୁଇ ଦିନର ଘନ କୁହୁଡ଼ି ଆସ୍ତରଣ ପରେ ଏବେ ଆଉ ରାଜ୍ୟରେ ବିଶେଷ କୁହୁଡ଼ିର ସମ୍ଭାବନା ନାହିଁ। ରାଜ୍ୟର କିଛି ସ୍ଥାନରେ ହାଲ୍କା କୁହୁଡ଼ି ପଡ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଶ୍ବସ୍ତ କରିଛି। ଅନ୍ୟପଟେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପାରଦ ସାମାନ୍ୟ ଖସିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଭୋରୁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୋନପୁର, କୋରାପୁଟ ଓ ନବରଙ୍ଗପୁର ଆଜି ଜିଲ୍ଲାରେ ହାଲ୍କା କୁହୁଡ଼ି ପଡ଼ିବ।

କେନ୍ଦ୍ରର ସୂଚନା ଅନୁସାରେ, ବୌଦ୍ଧ, ରାୟଗଡ଼ା, ଜଗତସିଂହପୁର, ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଏଥିସହ ରାଜ୍ୟର ଅନେକ ସ୍ଥାନରେ ସକାଳୁ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ପଡ଼ିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସୋନପୁରର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରି ରହିଥିଲା। ଭବାନୀପଟଣାରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରି ଓ କୋରାପୁଟ ୧୦.୮ ଡିଗ୍ରି ରହିଥିଲା। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୨ରୁ ୧୪ ଡିଗ୍ରି ମଧ୍ୟରେ ରହିଥିବା ବେଳେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୯ ଡିଗ୍ରି ମଧ୍ୟରେ ରହିଛି। ଭୁବନେଶ୍ବରର ରାତି ତାପମାତ୍ରା ୧୭.୨ ରହିଥିବା ବେଳେ କଟକ ସହରରେ ୧୬.୪ ଡିଗ୍ରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe