କନକ ବ୍ୟୁରୋ: ଗତକାଲି ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ହାର ସ୍ୱାଭାବିକ ପରିମାଣଠାରୁ ୮ ପ୍ରତିଶତ କମ୍ । ୯ଟି ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି । ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବଲାଙ୍ଗୀର, ଅନୁଗୁଳ, ଢ଼େଙ୍କାନାଳ ଓ ଯାଜପୁର । କମ୍ ବର୍ଷା ଯୋଗୁଁ ଏହି ଜିଲ୍ଲାଗୁଡ଼ିକରେ ପରିସ୍ଥିତି ସାଂଘାତିକ । ବର୍ତ୍ତମାନ ଧାନ ଚାଷ ପାଇଁ ବର୍ଷାର ଆବଶ୍ୟକତା ଅଧିକ ଅନୁଭୂତ ହେଉଥିବା ବେଳେ ଏସବୁ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି । ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୨୫ ତାରିଖ ପର୍ୟ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍ । ଏବେ ବର୍ଷା ନହେଲେ ଏହି ଜିଲ୍ଲାଗୁଡ଼ିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି । ବଲାଙ୍ଗୀରରେ ୩୪ ଭାଗ କମ୍ ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୩୦ ଭାଗ, ଢ଼େଙ୍କାନାଳରେ ୨୯ ଭାଗ ଏବଂ ଯାଜପୁରରେ ୨୭ ଭାଗ କମ୍ ବର୍ଷା ହୋଇଛି ।

Advertisment

ପାଣିପାଗ କେନ୍ଦ୍ର ତଥ୍ୟ ବୟାନ କରୁଛି ଯେ, ସେପ୍ଟେମ୍ବର ୨୨ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୧୧୦୩ ମିଲିମିଟର ବୃଷ୍ଟିପାତ ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ହୋଇଛି ୧୦୧୬ ମି.ମି. । ୯ଟି ଜିଲ୍ଲାରେ ହାରାହାରି ବୃଷ୍ଟିପାତ ସ୍ୱାଭାବିକ ମାତ୍ରାଠାରୁ କମ୍ ରହିଛି । ବଲାଙ୍ଗୀର ଜିଲ୍ଲାରେ ୧୧୪୧ ମି.ମି. ବର୍ଷା ହେବା କଥା । କିନ୍ତୁ ହୋଇଛି ୭୫୭ ମି.ମି. । ଅର୍ଥାତ୍ ବୃଷ୍ଟିପାତ ହାର ୩publive-image୪ ପ୍ରତିଶତ କମ୍ । ଅନୁଗୁଳରେ ୩୦ ପ୍ରତିଶତ କମ୍ ରେକର୍ଡ ହୋଇଛି । ସେହି ଜିଲ୍ଲାରେ ୧୦୬୪ ମି.ମି. ବର୍ଷା ହେବା ବଦଳରେ ହୋଇଛି ୭୪୦ ମି.ମି .। କନ୍ଧମାଳରେ ୧୦୭୭ ମି.ମି. ବୃଷ୍ଟିପାତ ପରିବର୍ତ୍ତେ ହୋଇଛି ୮୨୩ ମି.ମି. । ବୃଷ୍ଟିପାତ ୨୪ ପ୍ରତିଶତ କମିଛି । ସେହିପରି ସୋନପୁରରେ ୧୧୯୯ ମି.ମି. ବର୍ଷା ହେବା କଥା । କିନ୍ତୁ ହୋଇଛି ୯୦୯ ମି.ମି., ବୃଷ୍ଟିପାତ ୨୪ ପ୍ରତିଶତ କମ୍ । ଢେଙ୍କାନାଳରେ ୨୯ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବା ବେଳେ ଯାଜପୁରରେ ୨୭ ପ୍ରତିଶତ, ବରଗଡ଼ରେ ୨୩ ପ୍ରତିଶତ, ଭଦ୍ରକରେ ୨୨ ପ୍ରତିଶତ, ନୟାଗଡ଼ରେ ୨୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

publive-imageଅନ୍ୟପକ୍ଷରେ ମାଲକାନଗିରିରେ ସ୍ୱାଭାବିକ ପରିମାଣଠାରୁ ଅଧିକ ୩୩ ପ୍ରତିଶତ ବର୍ଷା ହୋଇଛି । ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା୧୨୮୯ ମି.ମି. ବର୍ଷା ହେବା କଥା । କିନ୍ତୁ ହୋଇଛି ୧୭୨୦ ମି.ମି. । ସେହିପରି ରାୟଗଡ଼ା ଜିଲ୍ଲାରେ ୧୫ ପ୍ରତିଶତ, ଗଂଜାମ ଜିଲ୍ଲାରେ ୧୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତ ଊଣାଅଧିକେ ସ୍ୱାଭାବିକ ରହିଛି ।

ତେବେpublive-image ରାଜ୍ୟର ବିଭିନ୍ନ ଜିଲ୍ଲାରେ ବୃଷ୍ଟିପାତରେ ଯେଉଁଭଳି ଅନିୟମିତତା ଦେଖାଦେଇଛି , ତାହା କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ଅନୁକୂଳ ନୁହେଁ । ଉଭୟ ବୃଷ୍ଟିବହୁଳ ଏବଂ ବର୍ଷାଭାବ ଜିଲ୍ଲାରେ ଧାନ ଚାଷ ପ୍ରଭାବିତ ହୋଇଛି । ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ବର୍ଷା ପରିମାଣ ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଥିବା ଯୋଗୁଁ ଚାଷ ପଛେଇ ଯାଇଛି । ଏପରି କି ଅନେକ ବ୍ଲକରେ ଜମି ପଡ଼ିଆ ପଡ଼ିଲାଣି । ତେବେ ଆଗାମୀ ୨୫ ତାରିଖରେ ଘୂର୍ଣ୍ଣିବଳୟ ଏବଂ ତଦଜନିତ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ୫/୬ ଦିନ ଧରି ବର୍ଷା ହେବ ଏବଂ ଚାଷ କାର୍ଯ୍ୟ ଆଗେଇ ଯିବାର ସମ୍ଭାବନା ରହିଛି ।