କାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

2,264

କନକ ବ୍ୟୁରୋ : ଆସନ୍ତାକାଲି ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲାଗୁଡିକ ହେଉଛି ମାଲକାନାଗିରି, ପୁରୀ, ଗଜପତି, କୋରାପୁଟ, ରାୟଗଡା, ଗଞ୍ଜାମ । ସେହିପରି ଆସନ୍ତାକାଲି ଅର୍ଥାତ ୬ ତାରିଖ ଏବଂ ୭ ତାରିଖରେ ଓଡ଼ିଶାର କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ଜିଲ୍ଲାଗୁଡିକ ହେଉଛି ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ । ସେହିପରି ଲଘୁଚାପ ପ୍ରଭାବରେ ପବନର ବେଗ ୪୦ରୁ ୫୦ କିମି ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ଏବଂ ୭ ତାରିଖ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏପଟେ ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ବର୍ଷା ୬୮୧.୯ ମିଲିମିଟର ହୋଇଥିବା ସୂଚନା ମିଳିଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ୍ ରହିଛି । ୨୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସର୍ବଧିକ ପ୍ରଭାବିତ ଜିଲ୍ଲା ଗୁଡିକ ମଧ୍ୟରେ ଯାଜପୁରରେ ୫୫, ଭଦ୍ରକ ୪୯, ବଲାଙ୍ଗୀରରେ ୪୫, ଝାରସୁଗୁଡାରେ ୪୧ ସମ୍ବଲପୁରରେ ୪୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।