୯ଯାଏଁ ପାଗରେ ହେବନି କୌଣସି ବି ପରିବର୍ତ୍ତନ । ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
କନକ ବ୍ୟୁରୋ: ଡିସେମ୍ବର ୯ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନି। ପାଗ ମୁଖ୍ୟତଃ ଶୁଖିଲା ରହିବ। କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ। ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପରିମାଣ ଏତେ ହେବ ଯେ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେବ ନାହିଁ। ୫ରୁ ୭ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
୬ ତାରିଖରେ କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ କଟକରେ ଘନ କୁହୁଡ଼ି ଏବଂ ଉତ୍ତର ଉପକୂଳ ଓଡ଼ିଶା, କଳାହାଣ୍ଡି, ମୟୂରଭଞ୍ଜ, ଖୋର୍ଧା, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ହୁଲୁକା କୁହୁଡ଼ି ପଡ଼ିବ। ୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବା ବେଳେ ଉତ୍ତର ଉପକୂଳ ଓଡ଼ିଶା, ଖୋର୍ଧା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକା କୁହୁଡ଼ି ହେବା ନେଇ ଆକଳନ ହୋଇଛି।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୪ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୯, ଅନୁଗୁଳ ଓ ଫୁଲବାଣୀରେ ୧୦, ଭବାନୀପାଟଣାରେ ୧୦.୮, ଝାରସୁଗୁଡ଼ାରେ ୧୧.୮, ତାଳଚେରରେ ୧୨, କେନ୍ଦୁଝରରେ ୧୨.୮, ସୁନ୍ଦରଗଡ଼ରେ ୧୩, ବଲାଙ୍ଗୀର ଓ କୋରାପୁଟରେ ୧୩.୨, ବୌଦ୍ଧରେ ୧୩.୫, ବାରିପଦାରେ ୧୪, ହୀରାକୁଦରେ ୧୪.୧, ଟିଟିଲାଗଡ଼ ଓ ସମ୍ବଲପୁରରେ ୧୪.୨ ଡିଗ୍ରି ରହିଥିଲା।