ଛଟପଟ ହେଉଛି ପଶ୍ଚିମ ଓଡ଼ିଶା । ୧୩ ସହରରେ ୪୦ ଡିଗ୍ରୀରୁ ଟପିଲା ପାରଦ, ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ ।

Advertisment
ଛଟପଟ ହେଉଛି ପଶ୍ଚିମ ଓଡ଼ିଶା । ୧୩ ସହରରେ ୪୦ ଡିଗ୍ରୀରୁ ଟପିଲା ପାରଦ, ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼ ।

କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୩ଟି ସହରର ପାରଦ ୪୦ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୬.୫ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।

publive-imageଅନ୍ୟପଟେ ବଲାଙ୍ଗୀରରେ ୪୬.୦୩ ଡିଗ୍ରୀ ସେଲସିୟସ, ତାଳଚେରରେ ୪୫.୭, ଝାରସୁଗୁଡ଼ାରେ ୪୫.୨, ସମ୍ବଲପୁରରେ ୪୫.୨, ସୋନପୁରରେ ୪୪.୮, ହୀରାକୁଦରେ ୪୪.୫, ଭବାନୀପାଟଣାରେ ୪୪.୩, ଅନୁଗୁଳରେ ୪୪.୧, ସୁନ୍ଦରଗଡ଼ରେ ୪୩.୦, ମାଲକାନଗିରିରେ ୪୩.୦, କଟକରେ ୪୦.୫, ଚାନ୍ଦବାଲି ୪୦.୨ ଡିଗ୍ରୀକୁ ପାରଦ ଛୁଇଁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe