କନକ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୩ଟି ସହରର ପାରଦ ୪୦ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୬.୫ ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷକରି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାତି ଅସହ୍ୟ ହେବ ବୋଲି କୁହାଯାଇଛି।
ଅନ୍ୟପଟେ ବଲାଙ୍ଗୀରରେ ୪୬.୦୩ ଡିଗ୍ରୀ ସେଲସିୟସ, ତାଳଚେରରେ ୪୫.୭, ଝାରସୁଗୁଡ଼ାରେ ୪୫.୨, ସମ୍ବଲପୁରରେ ୪୫.୨, ସୋନପୁରରେ ୪୪.୮, ହୀରାକୁଦରେ ୪୪.୫, ଭବାନୀପାଟଣାରେ ୪୪.୩, ଅନୁଗୁଳରେ ୪୪.୧, ସୁନ୍ଦରଗଡ଼ରେ ୪୩.୦, ମାଲକାନଗିରିରେ ୪୩.୦, କଟକରେ ୪୦.୫, ଚାନ୍ଦବାଲି ୪୦.୨ ଡିଗ୍ରୀକୁ ପାରଦ ଛୁଇଁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Screen-shot-2018-03-30-at-6.01.28-PM-768x428-1.png)